Please Wait

About Puri

Puri is an enchanting and tourist centre as popularly known as abode of Mahaprabhu Sri Jagannath and its magnificent long stretch sea-beach. In addition to this, it offers the archaeological endowments, incredible treasure of heritage which attracts tourists from nook & corner of India and abroad. The history of Puri is associated with an integral way with the history of the Jagannath Temple. This is mainly a religious town. For centuries, Puri being the land of Shri Jagannath, the sanctity of the place exists from Pre-historic period. The origin and the antiquity of Shri Jagannath worship is still shrouded of mystery.

ପୁରୀ ସମ୍ପର୍କରେ

ପୁରୀ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ବାସସ୍ଥାନ ଭାବରେ ବିଶ୍ଵବିକ୍ଷାତ , ଏହା ତୀର୍ଥ କ୍ଷେତ୍ର ସହ ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ଯାହାକି ବିସ୍ତିର୍ଣ ସ୍ଵର୍ଣାଭ ବେଳାଭୂମି ପାଇଁ ବିଶ୍ଵ ପର୍ଯ୍ୟଟନ ମାନଚିତ୍ର ରେ ଏକ ସ୍ଵତନ୍ତ୍ର ସ୍ଟ୍ଯାନ ଅଧିକାର କରିଛି | ଏହା ବ୍ୟତୀତ, ଏହା ପ୍ରତ୍ନତାତ୍ତ୍ୱିକ ଅନୁଦାନ, ଐତିହ୍ୟର ଏକ ଅବିଶ୍ୱସନୀୟ ଭଣ୍ଡାର ପ୍ରଦାନ କରେ ଯାହା ଭାରତର କୋଣ ଅନୁକୋଣରୁ ତଥା ବିଦେଶରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ | ପୁରୀର ଇତିହାସ ଜଗନ୍ନାଥ ମନ୍ଦିରର ଇତିହାସ ସହିତ ଅବିଚ୍ଛେଦ୍ୟ ଭାବରେ ଜଡିତ | ଏହା ମୁଖ୍ୟତଃ ଏକ ଧାର୍ମିକ ସହର ଅଟେ | ଶତାବ୍ଦୀ ଶତାବ୍ଦୀ ଧରି ପୁରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର କ୍ଷେତ୍ର ହୋଇଥିବାରୁ ଏହି ସ୍ଥାନର ପବିତ୍ରତା ପ୍ରାଚୀନ ଇତିହାସ ପୁରାଣ ମାନଙ୍କରେ ବର୍ଣ୍ଣନା ହୋଇଅଛି | ଶ୍ରୀ ଜଗନ୍ନାଥ ପୂଜାର ଉତ୍ପତ୍ତି ଏବଂ ପ୍ରାଚୀନତା ଏପର୍ଯ୍ୟନ୍ତ ରହସ୍ୟମୟ ହୋଇ ରହିଛି। ପ୍ରାଚୀନ ମଠ-ମନ୍ଦିର ଏବଂ ଏହାର ମୂର୍ତ୍ତିଗୁଡ଼ିକ ବ୍ୟତୀତ ସୁବର୍ଣ୍ଣ ସମୁଦ୍ର ବେଳାଭୂମି ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର | ଏହିପରି ପୁରୀ ଏକ ପ୍ରାଚୀନ ସହର ତୀର୍ଥକ୍ଷେତ୍ର ଓ ପର୍ଯ୍ୟଟନ ସ୍ଥଳୀ ଭାବରେ ପ୍ରାଧାନ୍ୟ ବିସ୍ତାର କରିଛି |

Besides the Temple and its sculptural grandeur, golden sea beach with surf laced water is another focus of attraction for Tourists. Thus Puri has been dominated as a places Pilgrimage/ Tourists.
Puri is located on 19’.18” North latitude and 85’.51” East longitude. Puri ;is one of the node of Golden Triangle others are Konark and Bhubaneswar. Puri is directly connected by broad gauge railway with Khurda, a prominent South East Railway junction. It is about 60 km. away from the State capital Bhubaneswar, 35 km from Konark and 60 km from Chilika. It has connected with N.H. 203. The town is also well connected with its hinterland through Puri Brahmagiri and Puri Konark Marine Drive.
The town experiences a very healthy & moderate climate. The maximum temperature varies between 33 degree to 27 degree. During winter the temperature comes down to 18 degree . But the humidity of the Town is high as it being closed to sea. The areas of PKDA Puriis16.3268 sqkm. alongwith the sea shore measuring about 6.59 km.

ପୁରୀ 19’.18 ”ଉତ୍ତର ଅକ୍ଷାଂଶ ଏବଂ 85’.51” ପୂର୍ବ ଦ୍ରାଘିମାରେ ଅବସ୍ଥିତ | “ପୁରୀ- ସ୍ଵର୍ଣ ତ୍ରିଭୁଜର” ଅନ୍ୟ ଦୁଇଗୋଟି କୋଣ ହେଉଛି “କୋଣାର୍କ” ଏବଂ “ଭୁବନେଶ୍ୱର” | ପୁରୀ ସିଧାସଳଖ ଭାବରେ ପୂର୍ବତଟ ରେଳ ଜଙ୍କସନ ଖୋର୍ଦ୍ଧାରୋଡ ସହିତ ବ୍ରଡ ଗେଜ ରେଳପଥ ଦ୍ୱାରା ସଂଯୁକ୍ତ | ସଡକ ପଥରେ ଏହା ରାଜ୍ୟର ରାଜଧାନୀ ଭୁବନେଶ୍ୱର ଠାରୁ ଏହି ସହର ଦୂରତା ମାତ୍ର 60 କିଲୋମିଟର, ବିଶ୍ଵ ବିଖ୍ୟାତ କୋଣାର୍କ ମନ୍ଦିର ଠାରୁ 35 କିଲୋମିଟର ଏବଂ ବିଶ୍ଵ ବିଖ୍ୟାତ ଚିଲିକା ହ୍ରଦ ଠାରୁ 60 କିଲୋମିଟର ଦୂରରେ | ଏହା N.H. 203 ସହିତ ସଂଯୁକ୍ତ ହୋଇଛି |
ସହରର ଜଳବାୟୁ ନାତିଶୀତୋଷ୍ଣ ଓ ମନୋରମ ଅଟେ | ସର୍ବାଧିକ ତାପମାତ୍ରା 35 ଡିଗ୍ରୀରୁ 27 ଡିଗ୍ରୀ ମଧ୍ୟରେ ରହିଥାଏ | ଶୀତଋତୁ ରେ ସର୍ବ ନିମ୍ନ ତାପମାତ୍ରା 17 ଡିଗ୍ରୀକୁ ଖସିଯାଏ | କିନ୍ତୁ ସମୁଦ୍ର ତଟରେ ଅବସ୍ତିତ ହୋଇ ଥିବାରୁ ସହରର ଆର୍ଦ୍ରତା ଅଧିକ | ପୁରୀ ମ୍ୟୁନିସିପାଲିଟିର କ୍ଷେତ୍ର ହେଉଛି 16.3268 ବର୍ଗ କି.ମି. ସମୁଦ୍ର କୂଳ ସହିତ ପ୍ରାୟ 6.59 କିଲୋମିଟର ଅଟେ |

About Konark

Konark is well known for the world famous “Sun Temple”. The name Konark is derived from its presiding daity ”Konark” which means the Arka (Sun) of Kona (corner), the latter probably being in relations to Trikona, in corner direction. According to the historical records, the Sun Temple was built by the then king Longula Narasinghdev of Ganga Dynestry during 13th cantury AD. The Temple was conceived as a gigantic chariot of Sun God with twelve pairs of exquisitely ornamental wheels pulled by seven roaring horses., this Temple is indeed, one of the most sublime monuments of India which is harmonious integration of architectural grandeur. The Temple has been declared as one of the 7th wonder of the world and declared as International Heritage Monument by the UNESCO.
Konark is located 19’.53 North and 86’.6”East. The climate of ;Konark is warm and humid. The temperature fluctuates in winter from 11 degree to 27 degree and in summer 32 degree to 37 degree Konark is connected with NH 203 from Puri with 35km away from Puri and 60km from Bhubaneswar, the State Capital.

କୋଣାର୍କ ସମ୍ପର୍କରେ

କୋଣାର୍କ ବିଶ୍ୱ ପ୍ରସିଦ୍ଧ “ସୂର୍ଯ୍ୟ ମନ୍ଦିର” ପାଇଁ ବିଶ୍ଵ ବିଖ୍ୟାତ ଅଟେ | କୋଣ + ଅର୍କ = କୋଣାର୍କ , ଏହାର ଅନ୍ୟ ନାମ ଅର୍କ କ୍ଷେତ୍ର , ସୂର୍ଯ୍ୟ ଦେବତାଙ୍କ ଅନ୍ୟ ଏକ ନାମ ଅର୍କ ଅଟେ | ଐତିହାସିକ ତଥ୍ୟ ଅନୁଯାୟୀ, 13ଶ ଶତାବ୍ଦୀ ରେ ଗଙ୍ଗ ରାଜବଂଶର ତତ୍କାଳୀନ ମହାରାଜା ଲଙ୍ଗୁଳା ନରସିଂହଦେବ ସୂର୍ଯ୍ୟଦେବତାଙ୍କ ନିମନ୍ତେ ଏହି ମନ୍ଦିର ନିର୍ମାଣ କରାଇଥିଲେ । ସାତଟି ଘୋଡା ଓ ବାରଯୋଡା ସୂକ୍ଷ୍ମ କରୁକାର୍ଯ୍ୟ ସମ୍ପର୍ଣ ଚକ୍ର ସହିତ ଏକ ବିଶାଳ ରଥାକୃତି ରେ ଏହି ମନ୍ଦିରଟି ଗଢା ଯାଇଛି | ଏହି ମନ୍ଦିରକୁ ବିଶ୍ଵର ସପ୍ତାଶ୍ଚର୍ଯ୍ୟ ମଧ୍ୟ ରୁ ଅନ୍ୟତମ ଆଶ୍ଚର୍ଯ୍ୟ ଭାବରେ ଗଣନା କରାଯାଇଛି ଏବଂ ୟୁନେସ୍କୋ ଦ୍ୱାରା ଆନ୍ତର୍ଜାତୀୟ ଐତିହ୍ୟ ସ୍ମାରକୀ ଭାବରେ ଘୋଷିତ କରାଯାଇଛି |
କୋଣାର୍କ 19’.53 ଉତ୍ତର ଏବଂ 86’.6 ”ପୂର୍ବରେ ଅବସ୍ଥିତ | ଜଳବାୟୁ; କୋଣାର୍କ ଉଷ୍ମ ଏବଂ ଆର୍ଦ୍ର ଜଳବାଯୁ ସମ୍ପର୍ଣ ଅଟେ | ଶୀତଋତୁରେ ଏହି ଅଞ୍ଚଳର ତାପମାତ୍ରା 11 ଡିଗ୍ରୀରୁ 27 ଡିଗ୍ରୀ ଏବଂ ଗ୍ରୀଷ୍ମରୂରେ 32 ଡିଗ୍ରୀରୁ 37 ଡିଗ୍ରୀ ମଧ୍ୟ ରେ ରହି ଥାଏ ,କୋଣାର୍କ ପୁରୀ ସହିତ NH 203 ମାଧ୍ୟମରେ ସଂଯୁକ୍ତ ପୁରୀଠାରୁ ଏହାର ଦୂରତା 35 କିଲୋମିଟର ଏବଂ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରୁ ଏହାର ଦୂରତା 60 କିଲୋମିଟର |